ରିଲିଜ ହେଲା ଲକ୍ଷ୍ମୀ ବମର ‘ବୁର୍ଜ ଖଲିଫା’ ଗୀତ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଓ କିୟାରା ଆଡଭାନିଙ୍କ ଅଭିନୀତ ‘ଲକ୍ଷ୍ମୀ ବମ’ ଫିଲ୍ମର ଯେଉଁ ଗୀତକୁ ଦର୍ଶକେ ଆଗ୍ରହର ସହ ଅପେକ୍ଷା କରିଥିଲେ ଶେଷରେ ତାହା ରିଲିଜ ହୋଇଛି । ‘ବୁର୍ଜ ଖଲଫା’ ଗୀତ ରିଲିଜ୍ ହେବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଏହାକୁ ୪ ଲକ୍ଷ ଭ୍ୟୁଜ ମିଳିଛି । ଗୀତରେ ଅକ୍ଷୟ-କିୟାରାଙ୍କ ଦମଦାର କେମେଷ୍ଟ୍ରି ଦେଖିବାକୁ ମିଳିଛି । ଦୁବାଇର ସୁନ୍ଦର ପରିବେଶ ମଧ୍ୟରେ ଅକ୍ଷୟ-କିଆରାଙ୍କ ରୋମାଣ୍ଟିକ କେମେଷ୍ଟ୍ରି ଏଥିରେ ଭାଲ୍ୟୁ ଆଡ୍ କରୁଛି । ଏଥିରେ ଉଭୟଙ୍କର ଭିନ୍ନ ଭିନ୍ନ ଲୁକ୍ସ ଦେଖିବାକୁ ମିଳିଛି । ଅକ୍ଷୟ ଏହି ଗୀତର ରିଲିଜକୁ ନେଇ ସୂଚନା ଦେଇ ଲେଖିଛନ୍ତି, ବର୍ଷର ସବୁଠାରୁ ବଡ ଡ୍ୟାନ୍ସ ଟ୍ରାକକୁ ଏବେ ରିଲିଜ କରିଛୁ, ଗ୍ରୁପ ପାଇଁ ପ୍ରସ୍ତୁତ ରୁହନ୍ତୁ । ସୂଚନାଯୋଗ୍ୟ, ଏହାର୍ପୂବରୁ ଗୀତର ଟିଜର ରିଲିଜ କରାଯାଇଥିଲା ।

Share