Advertisement
Categories: ଜାତୀୟ

ବୁର୍ଖାପିନ୍ଧା ଛାତ୍ରୀଙ୍କୁ କଲେଜରେ ପ୍ରବେଶ ଅନୁମତି ମିଳିଲାନି

ମୋରଦାବାଦ,୧୯।୧: ଉତ୍ତରପ୍ରଦେଶର ମୋରଦାବାଦସ୍ଥିତ ଏକ କଲେଜରେ ବୁର୍ଖା ପିନ୍ଧି ଆସିଥିବା କେତେଜଣ ଛାତ୍ରୀଙ୍କୁ ପ୍ରବେଶ ଅନୁମତି ଦିଆ ନ ଯିବାରୁ ଏହାକୁ ନେଇ ଗୁରୁବାର ପୁଣିଥରେ ବିବାଦ ଦେଖାଦେଇଛି। ମୋରଦାବାଦର ହିନ୍ଦୁ କଲେଜରେ ଏହି ଘଟଣା ଘଟିଛି। ବୁର୍ଖା ପିନ୍ଧିଥିବା ଛାତ୍ରୀମାନଙ୍କୁ କଲେଜ ପରିସରରେ ପ୍ରବେଶ ଅନୁମତି ଦିଆ ନଯାଇ ଫାଟକ ନିକଟରେ ବୁର୍ଖା ଖୋଲିବାକୁ କୁହାଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଛାତ୍ରୀ ଏବଂ ସମାଜବାଦୀ ଛାତ୍ର ସଭା କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ନିୟମ ପାଳନ ଲାଗି କଲେଜ ପ୍ରଫେସରମାନେ ସେମାନଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ। ସେହି ସମୟର ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରଫେସର ଡ. ଏ.ପି. ସିଂ କହିଛନ୍ତି, କଲେଜରେ ନିର୍ଦ୍ଦିଷ୍ଟ ଡ୍ରେସ୍‌ କୋଡ୍‌ କାର୍ଯ୍ୟକାରୀ ହୋଇଛି। ଏହାକୁ ଅନୁପାଳନ କରିବାକୁ ମନା କରୁଥିବା ଛାତ୍ରୀଛାତ୍ରଙ୍କୁ କ୍ୟାମ୍ପସ୍‌ରେ ପ୍ରବେଶ ଅନୁମତି ମିଳିବ ନାହିଁ। ବୁର୍ଖାକୁ ଡ୍ରେସ୍‌ କୋଡ୍‌ରେ ସାମିଲ କରିବା ସହ ଏହାକୁ ପିନ୍ଧିଥିବା ଛାତ୍ରୀମାନଙ୍କୁ ପ୍ରବେଶ ଅନୁମତି ଦେବାକୁ ସମାଜବାଦୀ ଛାତ୍ର ସଭା ପକ୍ଷରୁ ସ୍ମାରକପତ୍ର ଦିଆଯାଇଥିଲା।

Share