Categories: ଜାତୀୟ

ରାବଣ ସହିତ ସନାତନ ବିରୋଧୀଙ୍କ ପୁତ୍ତଳିକା ଦହନ ହେଉ, ରାମଲୀଳା କମିଟିକୁ ଚିଠି ଲେଖିଲେ ଭାଜପା ନେତା…

ନୂଆଦିଲ୍ଲୀ,୨୪।୯ : ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଏବେ ଆଉ ଏକ ମୋଡ଼ ନେଇଛି। ଦିଲ୍ଲୀ ଭାଜପାର ମିଡିଆ ଇନଚାର୍ଜ ପ୍ରବୀଣ ଶଙ୍କର କପୁର କହିଛନ୍ତି ଚଳିତ ବର୍ଷ ଦଶହରା ଅବସରରେ ରାବଣ ସହିତ ସନାତନ ବିରୋଧୀଙ୍କ ପୁତ୍ତଳିକା ମଧ୍ୟ ଦହନ କରାଯଉ। ଏଥିପାଇଁ ସେ ବିଭିନ୍ନ ରାମଲୀଳା କମିଟିର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ଏବଂ ସେମାନଙ୍କୁ ମଧ୍ୟ ଭେଟିଛନ୍ତି।

ଭାଜପା ନେତା ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କ ନାମ ନେଇ ଏଭଳି ମନ୍ତବ୍ୟ ଦେଇନାହାଁନ୍ତି, କିନ୍ତୁ ଯଦି ଏହି ଘଟଣାରେ ସନାତନ ଧର୍ମ ବିରୋଧରେ ଆପତ୍ତିନଜନକ ମନ୍ତବ୍ୟ ଦେଇଥିବା ନେତାଙ୍କ ନାମ ନିଆଯାଏ ତେବେ ଏହି ପ୍ରସଙ୍ଗ ରେ ରାଜନୀତି ଆହୁରି ତୀବ୍ର ହେବାର ଆଶଙ୍କା ରହିଛି ବୋଲି ଚର୍ଚ୍ଚା ହେଉଛି। ଦିଲ୍ଲୀ ଧାମିର୍କ ଫେଡେରେଶନ ସଭାପତି ଧୀରଜ ଧର ଗୁପ୍ତାଙ୍କୁ ଭେଟିବା ପରେ ପ୍ରବୀଣ ଶଙ୍କର କପୁର କହିଛନ୍ତି ଆଜିକାଲି ସନାତନ ଧର୍ମ ଉପରେ କେହି କେହି ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି। ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ। ନହେଲେ ଏହା ଦେଶର ପରିବେଶକୁ ପ୍ରଦୂଷିତ କରିବ।

ସେ କହିଛନ୍ତି ସନାତନ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବରେ ଗ୍ରହଣ କରିବା ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାରେ ସମର୍ଥକ ହୋଇଆସୁଛି। କିନ୍ତୁ ହିନ୍ଦୁମାନଙ୍କୁ ଜାତ ଆଧାରରେ ବିଭକ୍ତ କରିବା ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ଦିଆଯାଉଛି।

Share