Categories: ବାଣିଜ୍ୟ

କିମ୍ସରେ ଖୁବ୍‌ଶୀଘ୍ର ବର୍ନ ୟୁନିଟ୍‌

ଭୁବନେଶ୍ୱର,୧୭।୭: କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ ବା କିମ୍ସ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ପ୍ଲାଷ୍ଟିକ୍‌ ସର୍ଜରି ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହସ୍ପିଟାଲ ପକ୍ଷରୁ ଏକ ବିଶେଷ ଘୋଷଣା କରାଯାଇଛି। ଏପରିକି ହସ୍ପିଟାଲ ପକ୍ଷରୁ କୁହାଯାଇଛି, ଖୁବ୍‌ଶୀଘ୍ର କିମ୍ସ ହସ୍ପିଟାଲରେ ବର୍ନ ୟୁନିଟ୍‌ କାର୍ଯ୍ୟକାରୀ କରାଯିବା ସହ ଗ୍ରହଣ ଖଣ୍ଡିଆ ରୋଗୀର ମାଗଣା ଅସ୍ତ୍ରୋପଚାର କିମ୍ସରେ କରାଯିବ। ଅପରପକ୍ଷରେ ଶନିବାର ହସ୍ପିଟାଲ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯକ୍ରମରେ କିମ୍ସ ମେଡିକାଲ କଲେଜର ଅଧ୍ୟକ୍ଷ ଡା.ଅମ୍ବିକା ପ୍ରସାଦ ମହାନ୍ତି, ଉପାଧ୍ୟକ୍ଷ ଡା. ଶୁଭ୍ରାଂଶୁ ପାତ୍ର, କିମ୍ସ ସୁପର ସ୍ପେଶିଆଲିଟି ହସ୍ପିଟାଲ ଏବଂ କିମ୍ସ କ୍ୟାନ୍‌ସର ସେଣ୍ଟରର ନିର୍ଦ୍ଦେଶକ ଡା. ଶକ୍ତିମୟ ମହାପାତ୍ର, କିମ୍ସ ପ୍ରଦ୍ୟୁମ୍ନ ବଳ ମେମୋରିଆଲ ହସ୍ପିଟାଲ ଅଧୀକ୍ଷକ ଡା. ଆର୍‌.ସି.ଦାସ, ଉପ ଅଧୀକ୍ଷକ ଡା. ଅଶ୍ୱିନୀ ଶର୍ମା, ଡା,ହରିବନ୍ଧୁ ମହାନ୍ତି, ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ବିଭାଗୀୟ ମୁଖ୍ୟ ଡା. ସୁନୀଲ କୁମାର ରାଉତ ପ୍ରମୁଖ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ପ୍ଲାଷ୍ଟିକ ସର୍ଜରି ଉପରେ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏଥିରେ ଅଂଶ ଗ୍ରହଣ କରିଥିବା ଚିକିତ୍ସକମାନେ କହିଥିଲେ, ସାଧାରଣ ଲୋକଙ୍କ ମନରେ ପ୍ଲାଷ୍ଟକି ସର୍ଜରିକୁ ନେଇ ବର୍ତ୍ତମାନ ଅନେକ ଦ୍ୱନ୍ଦ୍ୱ ରହିଛି। ଏପରିକି ପ୍ଲାଷ୍ଟିକ ସର୍ଜରି ବିଷୟରେ ଅଧିକ ସୂଚନା ନ ଥିବାବେଳେ ଏହାକୁ ନେଇ ଲୋକଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ରହିଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

Share