ଇମ୍ଫାଲ,୨୮।୮: କିଛି ଦିନର ଅନ୍ତରାଳ ପରେ ମଣିପୁରରେ ରବିବାର ପୁଣି ହିଂସାକାଣ୍ଡ ଘଟିଛି। ନୂଆ ଲମ୍ବୁଲେନ୍ ଅଞ୍ଚଳରେ ଥିବା ୩ ଘରକୁ ଅଜ୍ଞାତ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ସେଠାରେ ରାଜ୍ୟ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବାକୁ ଦାବି କରିଥିଲେ। ଅପରପକ୍ଷେ ଭିଡ଼ ହଟାଇବାକୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିବା ଜଣାପଡ଼ିଛି। ଅନ୍ୟଏକ ଘଟଣାକ୍ରମେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୂର୍ବତନ ନିର୍ଦ୍ଦେଶକ କେ. ରଜୋଙ୍କ ବାସଭବନ ଆଗରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କଠାରୁ ଦୁର୍ବୃତ୍ତମାନେ ୩ଟି ବନ୍ଧୁକ ଛଡ଼ାଇ ନେଇଥିବା ଜଣାପଡ଼ିଛି। ଇମ୍ଫାଲ ଥାନା ଅନ୍ତର୍ଗତ ସଗୋଲବନନ୍ଧ ବିଜୋୟ ଗୋବିନ୍ଦା ଅଞ୍ଚଳରେ ଏହି ଘଟଣା ଘଟିଥିବା ପୋଲିସ କହିଛି।