ମଦ ଦୋକାନ ପୋଡ଼ିଦେଲେ

ବାହାନଗା,୩୦ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ନଇଛଣପୁର ଗ୍ରାମରେ ଖୋଲାଯାଇଥିବା ବିୟର ବାର୍‌ ଓ ମଦ ଦୋକାନ ସମେତ ମାଲିକଙ୍କ ଏକ କାର୍‌କୁ ରବିବାର ରାତିରେ କେହି ନିଅଁା ଲଗାଇ ପୋଡ଼ି ଦେଇଛି। ଏହି ଘଟଣାରେ ପୋଲିସ ୬ଜଣ ଗ୍ରାମବାସୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି।
ଅନୁଯାୟୀ, ଗଁା ମୁଣ୍ଡରୁ ମଦ ଦୋକାନ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀ କିଛି ଦିନ ତଳେ ବିଭାଗୀୟ ଅଧିକାରୀ, ଜିଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଖନ୍ତାପଡ଼ା ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ଗ୍ରାମସଭା ନ କରି କିମ୍ବା କାହାରି ମତ ନ ନେଇ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିବାରୁ ଲୋକେ ବିରୋଧ କରିଆସୁଥିଲେ। ଅଭିଯୋଗ ପରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଗତ ମେ ୨୮ ତାରିଖରେ ଗ୍ରାମବାସୀ ଉକ୍ତ ଦୋକାନରେ ତାଲା ପକାଇ ଦେଇଥିଲେ। ଏପରିସ୍ଥଳରେ ଦୋକାନ ମାଲିକ ହାଇକୋର୍ଟର ଆଶ୍ରୟ ନେଇଥିଲେ। ଆଦେଶ ନଂ. ୧୬୦୭୬/୨୩ା୮ା୨୦୨୨ରେ ମଦ ଦୋକାନ ଖୋଲିବା ପାଇଁ ୧କୋର୍ଟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ବାହାନଗା ତହସିଲଦାର ରାଜେନ୍ଦ୍ର ନାରାୟଣ କର ଓ ଖନ୍ତାପଡ଼ା ଥାନା ଅଧିକାରୀ ବିମଳ କୁମାର ନାୟକଙ୍କ ସମେତ ୨ ପ୍ଲାଟୁନ ପୋଲିସ୍‌ ଫୋର୍ସ ସହାୟତାରେ ତାଲା ଭାଙ୍ଗି ଦୋକାନ ଖୋଲା ଯାଇଥିଲା। ତେବେ ରବିବାର ଗ୍ରାମର ଶତାଧିକ ମହିଳା ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ। ଖୋଲା ଥିବା ବାର୍‌ ଓ ମଦ ଦୋକାନକୁ ଯାଇ ସେମାନେ ମଦ ପିଇବା ପାଇଁ ମାଗିଥିଲେ। ଆମକୁ ମଦ ନ ଦେଲେ କାହାରିକୁ ଏଠାକୁ ଛାଡ଼ିବୁ ନାହିଁ ବୋଲି ଯିଦି ଧରିଥିଲେ। ଏହାକୁ ନେଇ ମଦ ଦୋକାନ ଆଗରେ ଉତ୍ତେଜନା ଲାଗି ରହିଥିଲା ା ମାତ୍ର ବିଳମ୍ବିତ ରାତିରେ ମଦ ଦୋକାନ ଓ ବାର୍‌ ସମେତ ଦୋକାନ ସାମ୍ନାରେ ଥିବା ମାଲିକଙ୍କ କାର୍‌କୁ କେହି ନିଅଁା ଲଗାଇ ପୋଡ଼ି ଦେଇଥିଲେ। ଏ ସଂକ୍ରାନ୍ତରେ ଦୋକାନ ମାଲିକଙ୍କ ଅଭିଯୋଗକୁ ଭିତ୍ତିକରି ଖନ୍ତାପଡ଼ା ପୋଲିସ୍‌ ନଇଛଣପୁର ଗ୍ରାମର ୨ ମହିଳା ଓ ୪ଜଣ ପୁରୁଷଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାର ପ୍ରତିବାଦରେ ମହିଳାମାନେ ସୋମବାର ବ୍ଲକରେ ଚାଲିଥିବା ଜନଶୁୁଣାଣି ଶିବିରରେ ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। ମଦ ଦୋକାନ ମାଲିକ ଗୁଣ୍ଡା ଆଣି ଗ୍ରାମବାସୀଙ୍କୁ ଧମକ ଚମକ ଦେବା ସହ ନିଜେ ଦୋକାନରେ ନିଅଁା ଲଗାଇ ଗ୍ରାମବାସୀଙ୍କ ନଁାରେ ମିଥ୍ୟା ଅଭିଯୋଗ କରିଥିବା ମହିଳାମାନେ କହିଛନ୍ତି। ଏହା ବ୍ୟତୀତ ମଦ ଦୋକାନ ମାଲିକ ଗ୍ରାମର ଓ୍ବାର୍ଡସଭ୍ୟଙ୍କୁ ଅପହରଣ କରି ନେଇଥିବା ସମ୍ପର୍କରେ ମହିଳାମାନେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି।