ଚାରିଆଡେ ଜଳନ୍ତା ଜୁଇ…

ଭୋପାଳ,୧୭।୪: କରୋନା ସଂକ୍ରମଣ ନେଇ ମଧ୍ୟପ୍ରଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏଠାରେ ପ୍ରତିଦିନ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ମଶାନରେ ଲମ୍ବା ଲାଇନ୍‌ ଲଗାଇବାକୁ ପଡୁଛି। ସେଥିପାଇଁ ପୂର୍ବରୁ ୪୦ରୁ ଅଧିକ ଚିତାକୁ ପ୍ରସ୍ତୁତ କରି ରଖାଯାଉଛି। ଥରକରେ ୪୦ରୁ ଅଧିକ ମୃତଦେହର ଅନ୍ତିମ ସଂସ୍କାର କରାଯାଉଛି। ଏହା ଶେଷ ନ ହେଉଣୁ ପୂର୍ବରୁ ପ୍ରସ୍ତୁତ ଥିବା ଚିତାରେ ମୃତଦେହ ରଖି ଅଗ୍ନି ସଂଯୋଗ କରାଯାଉଛି। ସେହି ସମୟ ମଧ୍ୟରେ ପୁଣି ନୂଆ ଚିତା ପ୍ରସ୍ତୁତ କରାଯାଉଛି। ଏହି କାର୍ଯ୍ୟ ପର୍ଯ୍ୟାୟକ୍ରମେ ଜାରି ରହିଛି। ଶ୍ମଶାନର ଚାରିଆଡେ କେବଳ ଜଳନ୍ତା ଜୁଇ ଦେଖିବାକୁ ମିଳୁଛି। ଭୋପାଳରେ ଶ୍ମଶାନରେ ଏଭଳି ସ୍ଥିତିକୁ ଫଟୋ ଜର୍ନାଲିଷ୍ଟ ସଞ୍ଜିବ ନିଜ କ୍ୟାମେରାରେ ଉତ୍ତୋଳନ କରି ଏହାକୁ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କହିଛନ୍ତି। ଏବେ ଏହା ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନର କରୋନା ମୃତ୍ୟୁର ଭୟାବହତା ୧୯୮୪ ଭୋପାଳ ଗ୍ୟାସ୍‌ ବିଭିଷୀକାକୁ ବଳି ଯାଇଥିବା ସେ କହିଛନ୍ତି।

Share