ଜଳନ୍ତା ଗ୍ରହପିଣ୍ଡ ପୃଥିବୀ ମୁହାଁ, ଜୁଲାଇ ୧ରେ କରିବ ଅତିକ୍ରମ…

ଓ୍ବାଶିଂଟନ୍‌,୩୦।୬: ବିରାଟ ଜଳନ୍ତା ଗ୍ରହପିଣ୍ଡ ପୃଥିବୀମୁହାଁ ହୋଇଛି। ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଏହା ମାଡ଼ି ଆସୁଛି। ଜୁଲାଇ ୧ରେ ଏହା ପୃଥିବୀର କକ୍ଷ ପଥର ନିକଟରେ ଅତିକ୍ରମ କରିବ ବୋଲି ନାସାର ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏହାକୁ ୨୦୨୧ ଜିଏମ୍‌-୪ ଭାବେ ନାମିତ କରାଯାଇଛି। ଏହାର ଆକାର ୨୫୦ ମିଟର ଲମ୍ବ। ଏହା ବୁର୍ଜ ଖଲିଫା ଭଳି ବୃହତ୍‌ ବୋଲି ମହାକାଶ ବିଜ୍ଞାନୀ କହିଛନ୍ତି। ୨୦୦୬ଠାରୁ ନାସା ଏହି ଜଳନ୍ତା ଗ୍ରହପିଣ୍ଡ ଉପରେ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି। ପୃଥିବୀର ଅତି ନିକଟରେ ଏହା ଅତିକ୍ରମ କରୁଥିବାରୁ ଏହାକୁ ବିପଦ ଜନକ ଗ୍ରହପିଣ୍ଡ ଭାବେ ନାସା ପକ୍ଷରୁ ଚିହ୍ନଟ କରାଯାଇଛି। ଏଭଳି ଗ୍ରହପିଣ୍ଡ ଗୁରୁତ୍ୱ ଆକର୍ଷଣ ଯୋଗୁ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କଲେ ସଙ୍କଟ ସୃଷ୍ଟି ହୋଇଥାଏ। ତେବେ ୨୦୨୧ ଜିଏମ୍‌-୪କୁ ନେଇ ସେଭଳି ଆଶଙ୍କା ନ ଥିଲେ ମଧ୍ୟ ନାସାର ମହାକାଶବିଜ୍ଞାନୀ ସତର୍କତାର ସହିତ ଜଳନ୍ତା ଗ୍ରହପିଣ୍ଡ ଉପରେ ତୀକ୍ଷ୍‌ ନଜର ରଖିଛନ୍ତି।

Share