Advertisement

ପୃଥିବୀ ମୁହାଁ ଜଳନ୍ତା ଗ୍ରହାଣୁପିଣ୍ଡ, ନାସା ପକ୍ଷରୁ ଜାରି ହେଲା ଏଭଳି ସୂଚନା…

ଓ୍ବାଶିଂଟନ, ୧୯।୭: ପୃଥିବୀ ମୁହାଁ ଏକ ଜଳନ୍ତା ଗ୍ରହାଣୁପିଣ୍ଡ ମାଡ଼ି ଆସୁଛି। ଏହା ପୃଥିବୀ ପାଇଁ ବିପଦ ଜନକ ହୋଇପାରେ ବୋଲି ନାସା ପକ୍ଷରୁ କୁହାଯାଇଛି। ଏହି ଗ୍ରହାଣୁପିଣ୍ଡ ୨୦୨୦-ଏନ୍‌ଡି ଜୁଲାଇ ୨୪ରେ ପୃଥିବୀର ନିକଟବର୍ତ୍ତୀ ହେବ। ଏହାର ଲମ୍ବ ୧୭୦ ମିଟର ଥିବାବେଳେ ଏହା ଘଣ୍ଟାପ୍ରତି ୪୮ ହଜାର କିମି ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ଏଭଳି କ୍ଷୁଦ୍ର ଗ୍ରହାଣୁପିଣ୍ଡ ବହୁ ସମୟରେ ପୃଥିବୀର ମହାକର୍ଷଣ ଶକ୍ତି ପ୍ରଭାବରେ ନିଜ କକ୍ଷ ପଥରୁ ହଟି ଯାଇଥାନ୍ତି। ଫଳରେ ଏହା ପୃଥିବୀରେ ଉପରେ ବିପଦ ସୃଷ୍ଟି କରିଥାଏ। ଏପରିସ୍ଥଳେ ପୃଥିବୀ ସହିତ ଧକ୍କା ହେବାର ଆଶଙ୍କା ବଢ଼ିଯାଇଥାଏ ବୋଲି ନାସାର ମହାକାଶ ବିଜ୍ଞାନୀମାନେ ମତପୋଷଣ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share