ପୃଥିବୀ ମୁହାଁ ଜଳନ୍ତା ଗ୍ରହ: ଘଣ୍ଟା ପ୍ରତି ୨୯ ହଜାର କିମି ବେଗରେ ଆସୁଛି ମାଡ଼ି

ଓ୍ବାଶିଂଟନ, ୩୧।୮: କ୍ଷୁଦ୍ରଗ୍ରହ ୨୦୧୧ ଇଏସ୍‌-୪ ପୃଥିବୀ ମୁହାଁ ହୋଇଛି। ଏହା ସେପ୍ଟେମ୍ବର ୧ରେ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟ ଦେଇ ନିଜ କକ୍ଷ ପକ୍ଷରେ ଗତି କରିବ। ଏହାର ଲମ୍ବ ୪୦ ମିଟର ଥିବାବେଳେ ପ୍ରସ୍ଥ ୨୦ ମିଟର ରହିଛି। ଏହି ଜଳନ୍ତା ଗ୍ରହ ପୃଥିବୀଠାରୁ ଲକ୍ଷେ ୨୦ ହଜାର କିମି ଦୂରରେ ଏହା ଗତି କରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ତେବେ ଏହା ପୃଥିବୀ ସହିତ ଧକ୍କା ହେବାର ଆଶଙ୍କା ନାହିଁ। ଏହା ଘଣ୍ଟା ପ୍ରତି ୨୯ ହଜାର ୩୭୬ କିମି ବେଗରେ ପୃଥିବୀ ମୁହାଁ ହେବାରେ ଲାଗିଛି। ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଏଭଳି ମହାଜାଗତିକ ଦୃଶ୍ୟ ଆଉ ଘଟିବ ନାହିଁ ବୋଲି ନାସା କହିଛି। ୨୦୧୧ରେ ଏହି କ୍ଷୁଦ୍ରଗ୍ରହକୁ ଚିହ୍ନଟ କରାଯାଇଥିଲା। ନିଜ କକ୍ଷ ପଥରେ ଘୂରିବା ପାଇଁ ଏହା ୧.୧୪ ବର୍ଷ ସମୟ ନେଇଥାଏ। ନାସାର ଜେଟ୍‌ ଲାବୋରେଟୋରୀ ଅନୁସାରେ ଏହି କ୍ଷୁଦ୍ରଗ୍ରହ ୧୯୮୭ଠାରୁ ୮ ଥର ପୃଥିବୀର ନିକଟବର୍ତ୍ତୀ ହୋଇଛି। ଏହା ପୂର୍ବରୁ ୨୦୧୧ ମାର୍ଚ୍ଚ ୧୩ରେ ଏହା ପୃଥିବୀଠାରୁ ୪୨ ଲକ୍ଷ ୬୮ ହଜାର ୬୪୩ କିମି ଦୂରରେ ଅତିକ୍ରମ କରିଥିଲା। ୨୦୩୨ଡିବି କ୍ଷୁଦ୍ରଗ୍ରହ ୨୦୩୨ରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଲେବାନନ୍‌ର ୩୦୦ ସ୍ଥାନରେ ଆକ୍ରମଣ କଲା ଇସ୍ରାଏଲ: ୧୦୦ ମୃତ, ୪୦୦ ଆହତ

ବେରୁଟ୍‌/ଜେରୁଜେଲମ,୨୩।୯: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି। ହେଜ୍‌ବୋଲ୍ଲା ଉପରେ ଚାପ ପକାଇବାକୁ ଇସ୍ରାଏଲ ଲେବାନନ୍‌ ଉପରେ ୩୦୦ ସ୍ଥାନରେ ରକେଟ୍‌...

ଗାଜାରୁ ଲେବାନନ୍‌ ମୁହାଁଇଛି ସଂଘର୍ଷ

ବେରୁଟ୍‌,୨୩ା୯: ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୁଲ୍ଲା ଏବଂ ଇସ୍ରାଏଲୀ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଇସ୍ରାଏଲ୍‌ର ଉତ୍ତର ଭାଗକୁ ଟାର୍ଗେଟ କରି ହେଜ୍‌ବୁଲ୍ଲା ଶତାଧିକ...

ଜାପାନ-ଆମେରିକା ଉପରେ ଆକ୍ରମଣ କରିବ ଚାଇନା? ଚମକାଇ ଦେଲେ ବିଶେଷଜ୍ଞ

ଟୋକିଓ,୨୩।୯: ତାଇୱାନର ଉତ୍ତେଜନା ଏବଂ ସେନକାକୁ ଦ୍ୱୀପପୁଞ୍ଜକୁ ନେଇ ବିବାଦ ମଧ୍ୟରେ ଚାଇନା-ଜାପାନ ସମ୍ପର୍କ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଶାନ୍ତି...

ରାଷ୍ଟ୍ରପତି ନିର୍ବାଚନ ହାରିଗଲେ କ’ଣ କରିବେ ଟ୍ରମ୍ପ? ଏବେ କଲେ ସ୍ପଷ୍ଟ

ଓ୍ବାଶିଂଟନ,୨୩।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦିନକୁ ଦିନ ଆକର୍ଷଣୀୟ ହେବାରେ ଲାଗିଛି। ନିର୍ବାଚନ ତାରିଖ ନଭେମ୍ବର ୫ ରଖାଯାଇଛି। ରବିବାର ଏକ ଇଭେଣ୍ଟରେ ରିପବ୍ଲିକାନ ପାର୍ଟି...

ମୋଦିଙ୍କୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୩।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଅନୁରା କୁମାରା ଦିସାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଭାରତ ସହ କାମ କରିବାକୁ ନିଜର...

କ୍ୱାଡ୍‌ରେ ଚାଇନାକୁ ଟାର୍ଗେଟ

ଓ୍ବିଲ୍‌ମିଙ୍ଗଟନ୍‌,୨୩ା୯: ବିଶ୍ୱର ମଙ୍ଗଳ ପାଇଁ କ୍ୱାଡ୍‌ ଏକ ଶକ୍ତି। ଏହି ମେଣ୍ଟର ବର୍ତ୍ତମାନ ଭଳି ରଣନୀତିକ ଏକତା ପୂର୍ବରୁ କେବେ ଦେଖାଯାଇ ନ ଥିଲା ବୋଲି ଆମେରିକା,...

ମୋଦିଙ୍କୁ ଭୁଲିଗଲେ ବାଇଡେନ୍‌

ଓ୍ବିଲ୍‌ମିଙ୍ଗଟନ୍‌,୨୩।୯ : କ୍ୱାଡ୍‌ ସମ୍ମିଳନୀ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଭୁଲାପଣର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଡେଲାଓ୍ବାରେଠାରେ ରବିବାର ସକାଳେ ଏକ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri