ଜଳିଗଲା ହାଇଓ୍ବା

ବଡବିଲ,୮।୧୦(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଲାଣି ଥାନା ଅଧୀନ ଡବ୍ଲୁହଟିଂ ନିକଟରେ ରବିବାର ଏକ ହାଇଓ୍ବାରେ ନିଆଁ ଲାଗି ଜଳିଯାଇଛି। ହାଇଓ୍ବା ମାଟକାମବେଡ଼ାସ୍ଥିତ ଆରିୟା ପ୍ଲାଣ୍ଟରୁ ପେଲେଟ ବୋଝେଇ କରି ବଲାଣି ରେଲୱେ ସାଇଡିଂ ଅଭିମୁଖେ ଯାଉଥିଲା। ଡବ୍ଲ୍ୟୁହଟିଂ ଛକରେ ହାଇଓ୍ବାର ସମ୍ମୁଖ ଭାଗରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Share