ଭୟଙ୍କର ବସ୍‌ ଦୁର୍ଘଟଣା: ୧୨ ମୃତ

ଦିଗପହଣ୍ଡି,୨୬ା୬(ଅଶେଷ ନାଥ କର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ରବିବାର ବିଳମ୍ବିତ ରାତିରେ ଦୁଇ ବସ୍‌ ମଧ୍ୟରେ ମୁହାଁମିୁହିଁ ଧକ୍କା ହେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ ମହିଳା ଓ ୨ ଶିଶୁ ଅଛନ୍ତି। ସମସ୍ତ ଆହତଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି। ଏକ ସରକାରୀ ବସ୍‌ (ଓଏସ୍‌ଆର୍‌ଟିସି)ସହ ଘରୋଇ ବସ୍‌ ମୁହାଁମୁହିଁ ଧକ୍କା ହୋଇଥିଲା।

ସୂଚନାନୁଯାୟୀ, ଗୁଡାରୀଠାରୁ ଭୁବନେଶ୍ୱର ଯାଉଥିବା ଓଏସ୍‌ଆର୍‌ଟିସି ବସ୍‌ଟି ଗଞ୍ଜାମ ଜିଲାର ଦିଗପହଣ୍ଡି ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକଠାରେ ବିବାହ ଭୋଜି ସାରି ଫେରୁଥିବା ଏକ ଘରୋଇ ବସ୍‌କୁ ଧକ୍କା ଦେବାରୁ ଏହି ଅଘଟଣ ଘଟିଛି। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲ ନେଇଥିଲା। ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।

Share