Categories: ଜାତୀୟ

ନଦୀକୁ ଖସିଲା ଯାତ୍ରୀବାହୀ ବସ୍‌,୧୩ ମୃତ

ଭୋପାଲ,୧୮।୭: ମଧ୍ୟପ୍ରଦେଶର ଧାର ଜିଲାରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ସୋମବାର ନର୍ମଦା ନଦୀକୁ ଖସି ପଡ଼ିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣଙ୍କୁ ପାଣିରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପୋଲିସ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସୂଚନାନୁସାରେ, ବସ୍‌ଟି ଇନ୍ଦୋରରୁ ପୁଣେ ଯାଉଥିଲା। ମଧ୍ୟପ୍ରଦେଶର ଧାର ଜିଲାର ଖାଲଘାଟ ଅଞ୍ଚଳରେ ଥିବା ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ନଦୀକୁ ଖସି ପଡ଼ିଥିଲା। ଫଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ବସ୍‌ରେ ପ୍ରାୟ ୫୦ରୁ ୬୦ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଛଛି।

Share