Categories: ଜାତୀୟ

ବସ୍‌ ଦୁର୍ଘଟଣା: ଚାଲିଗଲା ୨ ଜୀବନ, ୩୯ ଆହତ

କୋଲକାତା,୩୧।୧: ପଶ୍ଚିମବଙ୍ଗର ମାଲଦା ଜିଏାର ପାଣ୍ଡୁଆ ଅଞ୍ଚଳରେ ଏନ୍‌ଏଚ୍‌ ୩୪ରେ ଏକ ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୯ ଜଣ ଆହତ ହୋଇଥିବା କୁହାଯାଉଛି। ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ତଥା କୋଲକାତା ମେୟର ଫିରହାଦ ହାକିମ ଡାକ୍ତରଖାନା ଯାଇ ଆହତମାନଙ୍କୁ ଭେଟିଛନ୍ତି। ଆହତମାନଙ୍କୁ ଭେଟିବା ପରେ ଫିରହାଦ ହାକିମ କହିଛନ୍ତି ଯେ, ଦୁର୍ଘଟଣାର କାରଣ ବସ ଡ୍ରାଇଭରଙ୍କ ଅବହେଳା ହୋଇପାରେ। ପୋଲିସ ଘଟଣା ସମ୍ପର୍କରେ ପଚରାଉଚରା କରୁଛି।

Share