ତପ୍ତପାଣି ଘାଟିରେ ଦୁର୍ଘଟଣା: ଗଛରେ ପିଟିହେଲା ଯାତ୍ରୀବାହୀ ବସ୍‌

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ତପ୍ତପାଣି ଘାଟି ତଳେ ଥିବା ମା’ କନ୍ଧୁଣି ଦେବୀଙ୍କ ମନ୍ଦିର ନିକଟରେ ଘଟିଛି ଦୁର୍ଘଟଣା। ସୋମବାର ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ପଦ୍ମାଳୟା ନାମକ ଯାତ୍ରୀବାହୀ ବସ୍‌ ନଂ(ଓଡି ୦୭ କେ-୮୯୫୬) ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ବସ୍‌ଟି ଗଛକୁ ଧକ୍କା ଦେଇ ଅଟକି ଯାଇଥିଲା। ଏହି ଦୁର୍ଘଟଣାରେ ବସ୍‌ରେ ଥିବା ୪୦ରୁ ଊଦ୍ଧର୍‌ବ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।

Share