ଭୋପାଳ,୨୨।୧୦: ମଧ୍ୟପ୍ରଦେଶର ୩୦ ନଂ ଜାତୀୟ ରାଜପଥ ରେୱାଠାରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଟ୍ରକ୍ ସହ ଧକ୍କା ହେବା ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ତେବେ ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଗୁରୁତର ଆହତଙ୍କ ୫୦ ହଜାର ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି। ବସ୍ଟି ହାଇଦ୍ରାବାଦରୁ ଗୋରଖପୁର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବସ୍ରେ ପ୍ରାୟ ୧୦୦ରୁ ଅଧିକ ଜଣ ଯାତ୍ରୀ ଥିବା ସୂଚନା ମିଳିଛି।