ଯାଜପୁର ଅଫିସ,୨୦।୯: ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ସାହାପୁର ନିକଟରେ ମଙ୍ଗଳବାର ସକାଳେ ଏକ ଟୁରିଷ୍ଟ ବସ୍ ଓଲଟି ପଡିଛି। ଏଥିରେ ୧୯ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ସମସ୍ତ ଯାତ୍ରୀ ଉତ୍ତରପ୍ରଦେଶର ବୋଲି ଜଣାପଡିଛି। ପାଣିକୋଇଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ସୂଚନା ଯୋଗ୍ୟ, ଉତ୍ତରପ୍ରଦେଶର ଏକ ଘରୋଇ ବସ୍ରେ ପର୍ଯ୍ୟଟକମାନେ ଜଗନ୍ନାଥଙ୍କ ଦର୍ଶନ କରି ଫେରୁଥିବାବେଳେ ସାହାପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିପଡିଥିଲା। ଫଳରେ ବସ୍ରେ ଥିବା ୧୯ ଜଣ ଯାତ୍ରୀ ଆହତ ହୋଇଥିଲେ।