ଓଭରବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍‌: ୩ ମୃତ, ୫ ଗୁରୁତର

ଭୁବନେଶ୍ୱର,୧୫।୪: ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା। ଏନଏଚ-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍‌। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ବସ୍‌ଟି କଟକରୁ ଦୀଘା ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଅନ୍ୟ ୪୦ ଆହତଙ୍କୁ ଧର୍ମଶାଳା ହସ୍ପିଟାଲକୁ ପଠାଯାଇଛି।

ଖବର ପାଇ ତୁରନ୍ତ ପୋଲିସ ଓ ଉଦ୍ଧାରକାରୀ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସ୍ଥାନୀୟ ଏସ୍‌ପି ଓ ଜିଲାପାଳ ମଧ୍ୟ ଉପସ୍ଥିତ ରହିଛନ୍ତି। ଉଦ୍ଧାରକାର୍ଯ୍ୟରେ ୧୬ଟି ଆମ୍ବୁଲାନ୍ସ, ବସ୍‌ ଉଠାଇବାକୁ କ୍ରେନ୍‌ ଆସିଛି।

 

Share