ବସ୍‌ ଓଲଟି ୩୦ରୁ ଊର୍ଦ୍ଧ୍ୱ ଆହତ: ୨ ଗୁରୁତର

ଢେଙ୍କାନାଳ ଅଫିସ,୨୨।୩: ଢେଙ୍କାନାଳ ଜିଲା ସଦର ଥାନା ବଣସିଂମେଡିକାଲ ଛକ ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ମା ସମଲେଈ ନାମକ ଏକ ଯାତ୍ରୀ ବାହି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ବସ୍‌ରେ ଥିବା ପ୍ରାୟ ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୩୦ରୁୁ ଊର୍ଦ୍ଧ୍ୱ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏଥିରେ ୨ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଇଞ୍ଜେକ୍ସନ ନ ଥିବାରୁ ତୀବ୍ର ଅସନ୍ତୋଷ ଦେଖାଯାଇଥିବା ବେଳେ ଜଣେ ଡାକ୍ତର ଥିବାରୁ ଆହାତଙ୍କୁ ଚିକିତ୍ସାରେ ସମାସ୍ୟା ହେଉଛି।

Share