Categories: ଜାତୀୟ

ବସ୍‌-ଅଟୋ ମୁହାଁମୁହିଁ, ୯ ମୃତ …

କୋଲକାତା, ୯।୮ : ପଶ୍ଚିମବଙ୍ଗର ବୀରଭୂମ ଜିଲାର ଜାତୀୟ ରାଜପଥ ନମ୍ବର ୬୦ରେ ଏକ ଯାତ୍ରୀବାହୀ ବସ୍‌ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରାମପୁରହାଟ ନିକଟରେ ଥିବା ମଲ୍ଲାରପୁରଠାରେ ଘଟିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏସବିଏସଟିସି ସରକାରୀ ବସ ସହିତ ଅଟୋ ରିକ୍ସା ମୁହାଁମୁହିଁ ଧକ୍କା ହୋଇଥିଲା। ଅଟୋରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବାରୁ ଏହା ନିୟନ୍ତ୍ରଣ ହରାଇ ସମ୍ମୁଖରୁ ଦ୍ରୁତ ବେଗରେ ଆସୁଥିବା ବସ୍‌ରେ ପିଟି ହୋଇ ଥିଲା। ଅଟୋରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବୀରଭୂମ ଏସ୍‌ପି ନାଗେନ୍ଦ୍ରନାଥ ତ୍ରିପାଠୀ ସୂଚନା ଦେଇଛନ୍ତି। ଅଟୋ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ରାମପୁରହାଟ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି।

ବୀରଭୂମ ଜିଲା ଡିଏମ୍‌ ପ୍ରତି ମୃତକଙ୍କ ପରିବାରଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତିି। ଏଥି ସହିତ ରାଜ୍ୟ ପରିବହନମନ୍ତ୍ରୀ ଫିରହାଦ ହକିମ୍‌ ଶୋକ ପ୍ରକାଶ କରିବା ସହିତ କହିଛନ୍ତି ଯେ,ସରକାରୀ ନିୟମ ଅନୁସାରେ ଉପଯୁକ୍ତ ଅନୁକମ୍ପା ମୂଳକ ସହାୟତା ମୃତକଙ୍କ ପରିବାର ବର୍ଗଙ୍କୁ ପ୍ରଦାନ କରାଯିବ।

Share