ବସ୍‌-ବାଇକ୍‌ ଧକ୍କା: ଚାଲିଗଲା ଦୁଇ ଜୀବନ

ପଡିଆବାହାଲ,୧୫।୮(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଯୁଜୁମୁରା ବ୍ଲକ କୁକୁଡ଼ାପାଲି ପଞ୍ଚାୟତ କୁକୁଡ଼ାପାଲି ଆର୍‌ଏମ୍‌ସି ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

ମିଳିଥିବା ସୂଚନା ମୁତାବକ, କୂଶନପୁରୀ ଗ୍ରାମର ସୁରେନ୍ଦ୍ର ନାୟକଙ୍କ ପୁଅ ସରୋଜ ନାୟକ ଏକ ବାଇକ୍‌ରେ ସେରସୁଆତଲ ଛକରୁ ଆସୁଥିଲେ। ହେଲେ ବାଟରେ ଗ୍ରାମର ଅଙ୍ଗନଓ୍ବାଡି କର୍ମୀ ତାଙ୍କୁ ଲିପ୍ଟ ମାଗିଥିଲେ। ସରୋଜ ଅଙ୍ଗନଓ୍ବାଡି କର୍ମୀଙ୍କୁ ଧରି ଆସୁଥିବା ବେଳେ ବାଟରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ସେମାନେ ରାସ୍ତାରେ ଛିଟିକି ପଡି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ବସ୍‌ ଡ୍ରାଇଭର ଦୁର୍ଘଟଣା ପରେ ଅଇଁଠାପାଲି ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ଅନ୍ୟପକ୍ଷେ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ଯାଏ ଶୁଖିଲା ପାଗ

ଭୁବନେଶ୍ୱର,୯ା୧୧(ଅନୁରାଧା ମହାରଣା)- ଆସନ୍ତା ୫ଦିନ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ୧୬ ତାରିଖ ଯାଏ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ପାଗ ଶୁଖିଲା...

ପୋତିଦେଲେ ଅନନ୍ତ ବାସୁଦେବଙ୍କ ଐତିହ୍ୟ କୂଅ

ପୁରୁଣା ଭୁବନେଶ୍ବର,୯ା୧୧(ସୁବାସ ଚନ୍ଦ୍ର ପ୍ରଧାନ): ଏକାମ୍ର କ୍ଷେତ୍ରର ଅନ୍ୟତମ ଐତିହ୍ୟ ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଥିବା ପୁରାତନ କୂଅକୁ ପୋତିଦିଆଯାଇଛି। ଏଥିସହ କୁଅ ନିକଟରେ...

ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଆରମ୍ଭ ହେବ ଜାତୀୟ ଶିକ୍ଷା ନୀତି: ୪ ବର୍ଷ ହେବ ସ୍ନାତକ କୋର୍ସ, ୭ ବର୍ଷ ପରେ…

ଭୁବନେଶ୍ୱର,୯।୧୧: ୨୦୨୪-୨୫ ଶିକ୍ଷା ବର୍ଷରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।...

ହୋମ୍‌ଗାର୍ଡ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୯।୧୧: ରାଜ୍ୟରେ ହୋମ୍‌ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ବ୍ୟାନ୍‌ ପ୍ରତ୍ୟାହୃତ...

ଘରେ ପଶି ଓକିଲଙ୍କୁ ଏସିଡ୍‌ ମାଡ କରି ଚାଲିଗଲେ ଦୁର୍ବୃତ୍ତ

ଗଜପତି,୯।୧୧(ଗିରିଧାରୀ ପରିଛା)-ଗଜପତି ଜିଲା ପାରଳାଖେମୁଣ୍ଡିର ଜଣେ ପ୍ରତିଷ୍ଠିତ ଓକିଲଙ୍କ ଉପରକୁ ଏସିଡ ମାଡ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ବାର୍‌ ଆସୋସିଏଶନର ବରିଷ୍ଠ ଓକିଲ ପି....

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏହି ମାନଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା

ଭୁବନେଶ୍ୱର,୯।୧୧: ରାଜ୍ୟ ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ସମ୍ମାନ ସୂଚକ ସହାୟକ ରାଶି ମିଳିବ। ସେମାନଙ୍କୁ ମାସିକ...

ଆଇଏଏସ୍‌ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ: ଯୋଗାଣ-ଶକ୍ତି ବିଭାଗ ସଚିବ ପଦରୁ ହଟିଲେ…

ଭୁବନେଶ୍ୱର,୯।୧୧: ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଆଇଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳକ କରାଯାଇଛି। ଶକ୍ତି ବିଭାଗର ସଚିବ ପଦରୁ ହେମନ୍ତ ଶର୍ମାଙ୍କୁ ବଦଳି କରାଯାଇଛି। ପ୍ରମୁକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri