Advertisement

ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ପରିବହନ କରୁଛି ବସ୍‌, ଭିଡିଓ ଭାଇରାଲ ପରେ ବି…

ଦାରିଙ୍ଗବାଡ଼ି,୧୨ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ ପରିବହନ ବ୍ୟବସ୍ଥା ବିପର୍ଯ୍ୟୟ ହୋଇପଡ଼ିଛି। ଏକାଧିକ ଯାତ୍ରୀବାହୀ ବସ୍‌ ନିଜ ସାମର୍ଥ୍ୟଠାରୁ ଅଧିକ ଯାତ୍ରୀଙ୍କୁ ପରିବହନ କରୁଥିବା ନଜିର ରହିଛି। ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବା ପରେ ପରିବହନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଲକ୍ଷ୍ମୀ ବସ୍‌ରେ ଯାତ୍ରୀ ଭିଡ଼ ଆବଶ୍ୟକତାଠାରୁ ଅଧିକ ଯାତ୍ରୀଙ୍କୁ ନେଉଥିବା ଭିଡିଓ ଭାଇରାଲ ହେଉଛି। ଯାହାକି ଜିଲା ଆଞ୍ଚଳିକ ପରିବହନ ବିଭାଗର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯାତ୍ରୀବାହୀ ଅଟୋ ହେଉ କି ଯାତ୍ରୀବାହୀ ବସ୍‌ ସବୁଠି ନିଜ ସାମର୍ଥ ଅନୁସାରେ ଯାତ୍ରୀ ନେବା ପାଇଁ ନିୟମ ରହିଥିଲେ ମଧ୍ୟ ସେଥିପ୍ରତି ବିଭାଗ ଆଖିବୁଜି ଦେଇଥିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲାରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲାର ସମସ୍ତ ବିଭାଗକୁ ଡକାଇ ଫୁଲବାଣୀଠାରେ ଏହାର ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ପକ୍ଷରୁ ମିଳିତ ଭାବେ ବୈଠକ କରି ଏହାର ମୁକାବିଲା ପାଇଁ ପ୍ରସ୍ତୁତି କରାଯାଇଥିବା ବେଳେ ଦାରିଙ୍ଗବାଡ଼ି ଅଞ୍ଚଳରେ ଏହାର ପ୍ରଭାବ କୌଣସି ପ୍ରକାରେ ଦେଖିବାକୁ ମିଳୁନଥିବା ଅଭିଯୋଗ ହୋଇଛି।

ସେହିପରି ଶୁକ୍ରବାର ବିଳମ୍ବିତ ରାତିରେ ଦାରିଙ୍ଗବାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୩୪ ଛାତ୍ରୀଛାତ୍ରଙ୍କ ସମେତ ଗାଇଡ୍‌ ଶିକ୍ଷକ ଓ ଅନ୍ୟମାନେ ମିଶି ପ୍ରାୟ ୩ ଶହ ଜଣ ଗୁଂଜାଗୁଞ୍ଜି ହୋଇ ୪ଟି ବସରେ ଯାତ୍ରା କରିବା ଘଟଣାରେ ଜିଲା ଆଞ୍ଚଳିକ ପରିବହନ ବିଭାଗ ନିରବ ବସିଛି ଯାତ୍ରୀ ବାହି ବସରେ ୫୨ଟି ସିଟ ରହିଥାଏ ବୋଲି ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର ସାହୁ କହୁଥିବା ବେଳେ ୪ଟି ବସ୍‌ରେ କିଭଳି ଏତେ ଛାତ୍ରୀଛାତ୍ରଙ୍କୁ ନିଆଯାଇଛି ତା’ର ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ସେ ଏବେ ଛୁଟିରେ ରହିଛନ୍ତି ଫେରିଲେ ତଦନ୍ତ କରାଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଛାତ୍ରୀଛାତ୍ରଙ୍କୁ ପର୍ଯ୍ୟଟନକ୍ଷେତ୍ର ବୁଲାଇବା ପାଇଁ ୪.୫୪ ଲକ୍ଷ ଅନୁଦାନ ଆସିଥିବା ବେଳେ ଏହାକୁ ଚଞ୍ଚକତା କରାଯିବାକୁ ବିଇଓଙ୍କ କାର୍ଯ୍ୟାଳୟର କର୍ମଚାରୀ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ଜିଲା ପ୍ରଶାସନ ଏହାର ଗୁରୁତ୍ୱ ଦେବାକୁ ଦାବି ହେବା ସହ ପରିବହନ ବ୍ୟବସ୍ଥାକୁ ଉତ୍ତମ ଭାବେ ପରିଚାଳନା କରିବାକୁ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share