ଯାତ୍ରୀଙ୍କୁ ଧରିଯାଉଥିବା ବସ୍‌ ଓଲଟିଲା: ୧୦ଆହତ ୨ଗୁରୁତର

ଗଜପତି,୮।୭: ଗଜପତି ଜିଲା ଉଲିଆପଦା ଗାଁରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଯାତ୍ରୀଙ୍କୁ ଧରିଯାଉଥିବା ଏକ ଘରୋଇ ବସ୍‌ ବାଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା। ଫଳରେ ଦୁର୍ଘଟଣାରେ ୧୦ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି। ପୋଲିସ ଦୁର୍ଘଟଣା ଗ୍ରସ୍ତ ବସ୍‌କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share