Categories: ଜାତୀୟ

ଅମରନାଥ ଯାତ୍ରାରୁ ଫେରୁଥିବା ବେଳେ ଦୁର୍ଘଟଣା: ୫ ମୃତ, ୨୦ ଆହତ

ମୁମ୍ବାଇ,୨୯।୭: ମହାରାଷ୍ଟ୍ରର ବୁଲଡାନାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଅମରନାଥ ଯାତ୍ରାରୁ ଫେରୁଥିବା ଏକ ବସ ବିପରୀତ ଦିଗରୁ ଆସୁଥିବା ବସ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ୩ ଜଣ ପୁରୁଷ ଅଛନ୍ତି। ଶୁକ୍ରବାର ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

ପୋଲିସର ସୂଚନାନୁସାରେ, ବାଲାଜୀ ଟ୍ରାଭେଲ୍ସ କମ୍ପାନୀର ବସ ଅମରନାଥ ଯାତ୍ରାରୁ ହିଙ୍ଗୋଲି ଯାଉଥିଲା, ସେହି ସମୟରେ ରୟାଲ ଟ୍ରାଭେଲ୍ସ କମ୍ପାନୀର ବସ ନାଶିକ ଆଡକୁ ଯାଉଥିଲା। ହିଙ୍ଗୋଲି ଅଭିମୁଖେ ଯାଉଥିବା ବସ ଜାତୀୟ ରାଜପଥ ୫୩ରେ ହିଙ୍ଗୋଲି ଯାଉଥିବା ବସ୍‌ ଏକ ଟ୍ରକ୍‌କୁ ଓଭରଟେକ୍‌ କରିବାକୁ ଚେଷ୍ଟା କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବସ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

Share