ଭୁବନେଶ୍ୱର,୪।୩(ବ୍ୟୁରୋ): ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା। ଲଗାତାର ଭାବେ ପ୍ରେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ପୁଣିଥରେ ବସ୍ ଭଡ଼ା ବୃଦ୍ଧି ପାଇଛି।
ବର୍ଦ୍ଧିତ ଭଡ଼ା ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୫ ପଇସା ବଢିଛି । ସାଧାରଣ ବସ ଭଡା ୮୦ ପଇସାରୁ ୮୫କୁ ବୃଦ୍ଧି କରାଯାଇଛି । ସେହିପରି ଏକ୍ସପ୍ରେସ ବସ ଭଡା ୮୪ ପଇସାରୁ ୮୯ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡା କିଲୋମିଟର ପିଛା ୧୦ ପଇସା ବୃଦ୍ଧି ହୋଇଛି । ଡିଲକ୍ସ ବସ ଭଡା ୧ ଟଙ୍କା ୧୧ ପଇସାରୁ ୧ ଟଙ୍କା ୨୧ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏସି ଡିଲକ୍ସ ବସ ଭଡା ୧ ଟଙ୍କା ୩୯ ପଇସାରୁ ୧ ଟଙ୍କା ୪୯ ପଇସାକୁ ବୃଦ୍ଧି କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଫେବୃଆରୀ ୮ ତାରିଖରେ ବସ ଭଡା ବୃଦ୍ଧି ହୋଇଥିଲା । ଜାନୁଆରୀ ୨୦, ଡିସେମ୍ବର ୭ରେ ମଧ୍ୟ ବସ ଭଡା ବୃଦ୍ଧି ହୋଇଥିଲା ।