ଭୁବନେଶ୍ୱର,୨୬।୫(ବ୍ୟୁରୋ): ତେଲ ଦର ହ୍ରାସ ପାଇବା ପରେ କମିଲା ବସ୍ ଭଡା। ସାଧାରଣ ବସ ଭଡ଼ା ପୂର୍ବରୁ କିଲୋମିଟର ପିଛା ୯୨ ପଇସା ଥିଲା। ଏବେ ଏହା ହ୍ରାସ ପାଇ ୮୯ ପଇସା ହୋଇଛି। ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୯୬ ପଇସା ଥିବା ବେଳେ ଏବେ ଏହା ୯୩ ପଇସାକୁ ଖସିଛି। ସେହିଭଳି ଡିଲକ୍ସ ବସ ଭଡ଼ା ମଧ୍ୟ କମିଛି। ପୂର୍ବରୁ ଡିଲକ୍ସ ବସ ଭଡ଼ା କିଲୋମିଟର ପ୍ରତି ୧ଟଙ୍କା ୩୫ ପଇସା ଥିବା ବେଳେ ଏବେ ଏହା ୧ ଟଙ୍କା ୨୯ ପଇସା ହୋଇଛି। ଏସି ଡିଲକ୍ସର ଭଡ଼ା କିମି ପିଛା ୧ଟଙ୍କା ୬୩ ପଇସାରୁ କମି ୧ ଟଙ୍କା ୫୭ ପଇସା ହୋଇଛି। ସୁପର ପ୍ରିମିୟମ ବସ୍ ଭଡା କିମି ପିଛା ୨ ଟଙ୍କା ୫୩ ପଇସା ଥିବା ବେଳେ ଏହା ୨ ଟଙ୍କା ୪୪ପଇସାକୁ ହ୍ରାସ ପାଇଛି।