ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ରାଜ୍ୟରେ ବସ୍‌ ଭଡ଼ା ବଢ଼ିଛି। ତେଲ ଦର ବଢୁଥିବାରୁ ବସ୍‌ ଭଡ଼ା ବଢ଼ିଛି। ଏନେଇ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି। ସଂଘର ନିଷ୍ପତ୍ତି ଅନୁଯାୟୀ, ସୁପର ପ୍ରିମିୟମ କିଲୋମିଟର ପିଛା ୨ ଟଙ୍କା ୩୮ ପଇସାରୁ ୨ ଟଙ୍କା ୪୭ ପଇସାକୁ ବୃଦ୍ଧି ପାଇଛି। ସେହିପରି ଅର୍ଡିନାରି ଭଡ଼ା ୮୭ ପଇସାରୁ ୯୦ ପଇସାକୁ ବୃଦ୍ଧି ହୋଇଛି। ଏକ୍ସପ୍ରେସ ଭଡ଼ା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୫୩ ପଇସାରୁ ୧ ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଛି। ଡିଲକ୍ସ ଭଡ଼ା ୧ ଟଙ୍କା ୨୫ରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି ପାଇଛି।

Share