ପୁଣି ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର,୧।୭(ବ୍ୟୁରୋ): ରାଜ୍ୟରେ ପୁଣି ବଢ଼ିଲା ବସ୍‌ ଭଡା। ୨ରୁ ୪ ପଇସା ଭଡ଼ା ବୃଦ୍ଧି କରାଯାଇଛି। ସାଧାରଣ ଭଡ଼ା କିଲୋମିଟର ପିଛା ୭୦ରୁ ୭୨ ପଇସାକୁ ବୃଦ୍ଧି ପାଇଛି। ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୭୩ରୁ ୭୫ ପଇସାକୁ ବଢ଼ିଛି। ସେହିଭଳି ଡିଲକ୍ସ ୧ ଟଙ୍କା ୧ ପଇସାରୁ ୧ଟଙ୍କା ୫ ପଇସା, ଏସି ଡିଲକ୍ସ ୧ ଟଙ୍କା ୨୩ରୁ ୧ଟଙ୍କା ୨୭ ପଇସାକୁ ବୃଦ୍ଧି ପାଇଛି। ଏ ନେଇ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

Share