Categories: ଜାତୀୟ

ରାସ୍ତା ତଳକୁ ଖସିଲା ବସ୍‌, ସ୍କୁଲ ପିଲାଙ୍କ ସହିତ ୧୬ ମୃତ, ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା…

କୁଲୁ, ୪।୭ : ହିମାଚଳ ପ୍ରଦେଶର କୁଲୁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୁଲୁର ଶୈନଶରରୁ ସୈଞ୍ଜ ଆଡକୁ ଆସୁଥିବା ଘରୋଇ ବସ ଜଙ୍ଗଲା ଗାଁ ନିକଟରେ ନିୟନ୍ତ୍ରଣ ହରାଇ ରାସ୍ତାର ୨୦୦ ମିଟର ତଳକୁ ଖସିପଡିଛି। ଏହି ଦୁର୍ଘଟଣାରେ ସ୍କୁଲ ପିଲାଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ବସ୍‌ରେ ୩୫ ରୁ ୪୦ ଜଣ ଯାତ୍ରା କରୁଥିଲେ। ସକାଳ ପ୍ରାୟ ସାଢ଼େ ୮ ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପ୍ରଶାସନ ଅନୁଯାୟୀ, ଅନେକ ଲୋକ ବସ ତଳେ ଦବି ହୋଇ ରହିଛନ୍ତି। ତେଣୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଯେଉଁଠାରେ ଦୁର୍ଘଟଣା ଘଟିଛି ତାହା ଅତ୍ୟନ୍ତ କଷ୍ଟକର ଅଞ୍ଚଳ। ବସ ବହୁତ ଗଭୀରରେ ପଡ଼ିଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଜିଲା ମାଜିଷ୍ଟ୍ରେଟଙ୍କ ଅନୁଯାୟୀ ଉଦ୍ଧାର କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ସମ୍ପର୍କରେ କିଛି କୁହାଯାଇପାରିବ ନାହିଁ।

Share