Categories: ଜାତୀୟ

ଖାଲକୁ ଖସିଲା ବସ୍‌: ୬ ମୃତ: ୨୭ ଆହତ

ଡେରାଡୁନ,୨୦।୮: ଉତ୍ତରଖଣ୍ଡରେ ଏକ ସଡ଼କ ଦୁର୍ଘଟଣା ହୋଇଛି। ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ ଗଙ୍ଗୋତ୍ରି ରାଜପଥରେ ଥିବା ଗଙ୍ଗନାନି ନିକଟରେ ଏକ ଘାଟରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ୨୭ ଜଣ ଆହତଙ୍କୁ ଉଦ୍ଧାର କରାଯାଇଛି। ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି ଏବଂ ଜଣେ ବସ୍‌ରେ ଫସି ରହିଛନ୍ତି। ଏଥିସହିତ ଏପର୍ଯ୍ୟନ୍ତ ୬ ମୃତଦେହ ମିଳିଛି।
ସୂଚନାନୁସାରେ, ୩୩ ଜଣ ଯାତ୍ରୀଙ୍କୁ ନେଇ ଏକ ବସ୍‌ ଗଙ୍ଗୋତ୍ରିରୁ ଉତ୍ତରକାଶୀ ଅଭିମୁଖେ ଯାଉଥିଲା। ଏହି ସମୟରେ ବସଟି ଅନିୟନ୍ତ୍ରିତ ହୋଇ ଖାଲରେ ପଡ଼ିଯାଇଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହ ୬ ମୃତଦେହ ଉଦ୍ଧାର କରାଯାଇଛି।

Share