ଆଫଗାନିସ୍ତାନରେ ଖାଲକୁ ଖସିଲା ବସ୍‌: ୨୫ ମୃତ…

କାବୁଲ,୮।୬ : ଆଫଗାନିସ୍ତାନରେ ଏକ ବସ୍‌ ଖାଲରେ ଖସିପଡିଛି। ଏହି ଦୁର୍ଘଟଣାରେ ଆଠ ଜଣ ଶିଶୁ ଏବଂ ୧୨ ଜଣ ମହିଳାଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ସର-ଇ-ପୋଲ ପ୍ରାଦେଶିକ ପୋଲିସର ମୁଖପାତ୍ର ଦେନ ମହମ୍ମଦ ନାଜାରୀ କହିଛନ୍ତି ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଭ୍ୟାନଟି ରାସ୍ତାରୁ ଓ ଖାଲକୁ ଯାଇଛି। ରାସ୍ତାର ଖରାପ ଅବସ୍ଥା ହେତୁ ଆଫଗାନିସ୍ତାନରେ ପ୍ରତିଦିନ ଦୁର୍ଘଟଣା ଘଟିଥାଏ।

ଏହି ଦୁର୍ଘଟଣା ପାଇଁ ମିନିବସ ଡ୍ରାଇଭରକୁ ସ୍ଥାନୀୟ ପୋଲିସ କମାଣ୍ଡରଙ୍କ ମୁଖପାତ୍ର ଦେନ ମହମ୍ମଦ ନାଜାରୀ ଦାୟୀ କରିଛନ୍ତି। ଡ୍ରାଇଭରଙ୍କ ଅବହେଳା ଯୋଗୁଁ ବସ୍‌ଟି ଗଭୀର ଖାଲରେ ପଡ଼ିଯାଇଥିବା ସେ କହିଛନ୍ତି। ଏହି ଦୁର୍ଘଟଣାରେ କୌଣସି ବଞ୍ଚିତ ଅଛନ୍ତି କି ନାହିଁ ନାଜରୀ ସ୍ପଷ୍ଟ କରିନାହାଁନ୍ତି। ଏକ ବିବାହ ଉତ୍ସବରୁ ବସ୍‌ ଯାତ୍ରୀମାନେ ଘରକୁ ଫେରୁଥିଲେ।

Share