ନଦୀକୁ ଖସିଲା ବସ୍‌: ୮ ମୃତ, ୧୫ ଆହତ

କାଠମାଣ୍ଡୁ,୨୩ା୮: ନେପାଳର ବାଗମତି ପ୍ରଦେଶରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବୁଧବାର ନେପାଳର ବାଗମତି ପ୍ରଦେଶରେ ଏକ ଯାତ୍ରୀବାହୀ ବସ୍‌ ମୁଖ୍ୟ ରାଜପଥରୁ ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିବାରୁ ଅତି କମ୍‌ରେ ୮ ଜଣଙ୍କର ମୃତ୍ୟୁ ହୋଇଛି।

ଏକ ରିପୋର୍ଟ ଅନୁଯାୟୀ, କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାଉଥିବା ବସ୍‌ ନିୟନ୍ତ୍ରଣ ହରାଇ ଧଡିଂ ଜିଲାର ଚାଲାଇସ୍‌ର ତ୍ରିଶୂଳୀ ନଦୀକୁ ଖସି ପଡ଼ିଥିଲା। ଧଡିଂ ଡେପୁଟି ସୁପରିଟେଣ୍ଡେଣ୍ଟ ଶାନ୍ତୁଲାଲ ପ୍ରସାଦ ଜୟସ୍ବାରଙ୍କ ଅନୁଯାୟୀ ପୋଲିସ କାର୍ଯ୍ୟାଳୟ ସୂଚନା ଦେଇଛି ଯେ, ଏହି ଦୁର୍ଘଟଣାରେ ଅତି କମ୍‌ରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରିରହିଛି।

ଦୁର୍ଘଟଣା ପରେ ନଦୀରେ ବସ୍‌ଟି ପାଣିରେ ବୁଡ଼ି ରହିଥିଲା। ଉଦ୍ଧାରକାରୀମାନେ ବହୁ ଯାତ୍ରୀଙ୍କୁ ଭଗ୍ନାବଶେଷରୁ ଜୀବନ୍ତ ବାହାରକୁ ଆଣିବାରେ ସକ୍ଷମ ହୋଇଥିଲେ ବୋଲି ସେ କହିଛନ୍ତି। ଲଗାତର ବର୍ଷା ଯୋଗୁ ନଦୀ ଜଳସ୍ତର ଫୁଲି ରହିଛି।

Share