ନାସିକ,୮।୧୦: ମହାରାଷ୍ଟ୍ର ନାସିକରେ ଏକ ବସ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ରାତିରେ ବସ୍ରେ ନିଆଁଲାଗି ଜଣେ ଶିଶୁ ସହ ୧୧ ଜଣଙ୍କର ମୃତ୍ୟୁ ହୋଇଛନ୍ତି ସୂଚନା ମିଳିଛି। ଏହି ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦୁଃଖ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଅନ୍ୟପକ୍ଷେ, ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି।