ସ୍ବଭାବିକ ହେଲା ବସ୍‌ ଚଳାଚଳ: ୩୧ ଯାଏ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର,୨୦।୧୦: ପୁଣି ସ୍ବଭାବିକ ହେଲା ବସ୍‌ ଚଳାଚଳ। ରାଜ୍ୟ ଘରୋଇ ବସ ମାଲିକ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଚାଲିଥିବା ବସ ଧର୍ମଘଟ ଆସନ୍ତା ୩୧ ତାରିଖ ଯାଏ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଶୁକ୍ରବାର ରାତିରେ ଭୁବନେଶ୍ୱରରେ ଅନୁଷ୍ଠିତ ସଂଘର ଜରୁରୀ ବୈଠକ ପରେ ଏହି ଘୋଷଣା କରାଯାଇଛି। ବୈଠକ ପରେ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ,ପରିବହନ ମନ୍ତ୍ରୀଙ୍କ ଅନୁରୋଧ ଏବଂ ଯାତ୍ରୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଶୁକ୍ରବାର ରାତିଠାରୁ ବସ୍‌ ଚଳାଚଳ ସ୍ବାଭାବିକ ହୋଇଛି । ଦାବି ପୂରଣ ପାଇଁ ସରକାର କିଛି ମହଲତ ନେଇଛନ୍ତି। ଆସନ୍ତା ୨୬ ତାରିଖରେ ରାଜ୍ୟ ସରକାରଙ୍କ ସହ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ। ସେହି ବୈଠକରେ କି ପ୍ରତିଶ୍ରୁତି ମିଳୁଛି ଆମେ ତାକୁ ଅପେକ୍ଷା କରିଛୁ । ଆସନ୍ତା ୩୧ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନ ହୁଏ ତେବେ ସଂଘ ପୁଣି ଧର୍ମଘଟ ଡାକରା ଦେବାକୁ ବାଧ୍ୟ ହେବ ବୋଲି ସେ କହିଛନ୍ତି।

Share