ଓଲଟିଲା ବସ୍‌, ୩୫ ଯାତ୍ରୀ ଆହତ

ସମ୍ବଲପୁର,୯।୮(ବ୍ୟୁରୋ): ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌। ସମ୍ବଲପୁର ଜିଲା ଜୁଜୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ମଙ୍ଗଳବାର ଏଭଳି ଏକ ଦୁର୍ଘଟଣା ଘଟିଛି। ଏଥିରେ ୩୫ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଅନୁଗୋଳ ଜିଲାର କିଶୋରନଗରରୁ ଯାତ୍ରୀଙ୍କୁ ନେଇ ବସ୍‌ଟି ସୁନ୍ଦରଗଡ ଅଭିମୁଖେ ଯାଉଥିଲା। ହଠାତ୍‌ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଚଳାଇଛି। ବସ୍‌ରେ ୩୫ଜଣ ଯାତ୍ରୀ ଥିଲେ।

Share