Categories: ଜାତୀୟ

ଏକ୍ସପ୍ରେସ୍‌ ଓ୍ବେରେ ଓଲଟିଲା ବସ୍‌: ୧୬ ଗୁରୁତର

ଲକ୍ଷ୍ନୌ, ୨୦।୮: ଶ୍ରମିକଙ୍କୁ ନେଇ ଦିଲ୍ଲୀରୁ ବିହାରର ମଧୁବାଣୀ ଯାଉଥିବା ଏକ ବସ୍‌ ଲକ୍ଷ୍ନୌ ଏକ୍ସପ୍ରେସ୍‌ ଓ୍ବେରେ ଓଲଟି ପଡ଼ିଛି। ବସ୍‌ରେ ୪୫ ଜଣ ଶ୍ରମିକ ଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଉଛି। ଝରକା କାଚ ଭାଙ୍ଗି ବସ୍‌ରୁ ଶ୍ରମିକମାନଙ୍କୁ ବାହାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୬ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ପିଜିଆଇ ସୈଫାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାରସାମ୍ୟ ହରାଇ ବସ୍‌ଟି ରାତି ୧୨ଟା ୩୦ରେ ଇଟଓ୍ବା ଏବଂ ଉସରାହାର ସୀମା ମଧ୍ୟରେ ଓଲଟି ପଡ଼ିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଶ୍ରମିକମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଥିବା ଇଟଓ୍ବା ଏସ୍‌ଏସ୍‌ପି ଆକାଶ ତୋମର ସୂଚନା ଦେଇଛନ୍ତି।

Share