
ନବରଙ୍ଗପର,୧୯।୩(ସଦାଶିବ ପ୍ରହରାଜ): ନବରଙ୍ଗପୁର ଥାନା ତାରାଗାଁ ଛକ ନିକଟରେ ଏକ ବସ୍ ଓଲଟି ପଡିଛି। ବସ ତଳେ ଚାପି ହେଇ ଜଣେ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି।
ରାଇଘରରୁ ଜୟପୁର ଅଭିମୁଖେ ଯାଉଥିବା SVT ନାମକ ଏକ ଘରୋଇ ବସ ତାରାଗାଁ ଛକ ନିକଟରେ ଓଲଟି ପଡିଥିଲା। ଆହତଙ୍କୁ ଉଦ୍ଧାର କରି ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ବସରେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥଲେ। ଦ୍ରୁତ ଗତିରେ ବସଟି ଯାଉଥିବା ସୂଚନା ମିଳିଛି l ତାରାଗାଁ ନିକଟରେ ବସର ପଛ ଟାୟାର ଫାଟି ଯିବାରୁ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଗାଡିଟିର ଫିଟନେସ ରହିଥିଲା କି ନାହିଁ ତାହା ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ଘଟଣାିସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଆହତମାନଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।