ବସ୍‌ ମାଲିକ ସଂଘର ବୈଠକ

ପୁରୁଷୋତ୍ତମପୁର,୨୮।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ମା’ କନକେଶ୍ବରୀ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ବୈଠକ ଏବଂ କର୍ମକର୍ତ୍ତା ନିର୍ବାଚନ ଗୁରବାର ଅନୁଷ୍ଠିତ ହୋଇଯାଇଛି। ପୁରୁଷୋତ୍ତମପୁରରୁ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳ ସମେତ ଭୂବନେଶ୍ବର, ପୁରୀ, ରାଉରକେଲା, କୋରାପୁଟ ଆଦି ଅଞ୍ଚଳକୁ ବସ୍‌ ଚଳାଚଳ କରୁଛି। ହେଲେ ବସ୍‌ ମାଲିକଙ୍କ ରହିଥିବା ବିଭିନ୍ନ ସମସ୍ୟା ଓ ଦାବି ଉପରେ ଆଲୋଚନା କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ଏଥିରେ ସଭାପତି ଭାବେ ସନ୍ତୋଷ କୁମାର ପତି, ଉପ ସଭାପତି କୈଳାଶ ଚନ୍ଦ୍ର ମିଶ୍ର, ସମ୍ପାଦକ ଶରତ ଚନ୍ଦ୍ର ସାହୁ, ସହ ସମ୍ପାଦକ ସନ୍ତୋଷ କୁମାର ପାତ୍ର ଏବଂ ପ୍ରଶାନ୍ତ କୁମାର ସାହୁ, ପରାମର୍ଶ ଦାତା ଭାବେ ନୀଳାଞ୍ଚଳ ପଣ୍ଡା ଓ ମୁନା ମହାନ୍ତିଙ୍କ ସମେତ ୧୧ ଜଣିଆ କାର୍ଯ୍ୟକାରୀ କମିଟି ମନୋନିତ କରାଯାଇଥିଲା।