ଚିତ୍ରକୋଣ୍ଡା,୬।୪(ଡି.ଏନ.ଏ.): ଦୀର୍ଘ ଦିନ ହେଲା ଦାବି ପରେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗଡିଲା ବସ୍। ଗୁରୁବାର ନବରଙ୍ଗପୁର ଏମ୍ପି ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ାକା, ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡ଼କାମି ଓ ଏମ୍ପି ପ୍ରତିନିଧି ଜଗନ୍ନାଥ ମାଝୀ ଉପସ୍ଥିତ ରହି ଚିତ୍ରକୋଣ୍ଡା ଛକ ଠାରୁ ସ୍ବାଭିମାନ ଅଞ୍ଚଳ ପଣଷପୁଟକୁ ସବୁଜ ପତାକା ଦେଖାଇ ବସ୍ ସେବା ଆରମ୍ଭ କରିଛନ୍ତି l ଉକ୍ତ ବସ୍ ସେବା ଦାରା ପଣଷପୁଟ, ଯନ୍ତ୍ରୀ, ଅଣ୍ଡିରାପାଲି ଓ ଗାଜୁଲୁମାମୁଡ଼ି ଓ ଯୋଡ଼ାମ୍ବର ଜନସାଧାରଣ ଉପକୃତ ହେବେ ବୋଲି ଆଶା କରାଯାଉଛି l
ପଣଷପୁଟ, ଯନ୍ତ୍ରୀ, ଗାଜୁଲୁମାମୁଡ଼ି, ଅଣ୍ଡିରାପାଲି ଗ୍ରାମ ପଞ୍ଚାୟତର ଜନସାଧାରଣ ଏବଂ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ ସ୍ଥାନୀୟ ଏମ୍ପି ଓ ବିଧାୟକଙ୍କୁ ଦୁର୍ଗମ ପଣଷପୁଟଠାରୁ ମାଲକାନଗିରି ସଦର ମହକୁମା ପର୍ଯ୍ୟନ୍ତ ବସ୍ ସେବା ଯୋଗାଇଦେବାକୁ ଦାବି କରି ଆସୁଥିଲେ