ଭଦ୍ରକ ଅଫିସ,୪।୧୦: ବସ୍କୁ ଅଟକାଇ ବଟି ଆଦାୟ କରିବା ସହ ଡ୍ରାଇଭର, କଣ୍ଡକ୍ଟରଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ମଙ୍ଗଳବାର ଭଦ୍ରକ ଜିଲାରେ ବସ୍ ଚଳାଚଳ ବନ୍ଦ ରହିଛି। ଜୋରଜବରଦସ୍ତ ବଟି ଆଦାୟ ହୋଉଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ବସ୍ ସିଣ୍ଡିକେଟ ପକ୍ଷରୁ ଆଜି ବସ୍ ଚଳାଚଳ ବନ୍ଦ ରଖାଯାଇଛି। ଫଳରେ ଯାତ୍ରୀମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
ସୂଚନାଯୋଗ୍ୟ, ୨ ଦିନ ତଳେ କିଛି ଅସାମାଜିକ ବ୍ୟକ୍ତି ଭଦ୍ରକର ୨ଟି ବସ୍କୁ ସୋରରେ ଅଟକାଇ ବଟି ମାଗିଥିଲେ। ବଟି ନ ଦେବାରୁ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ସେମାନେ ଦୁର୍ବ୍ୟବହାର କରିଥିଲେ।