ବାରିପଦା ବସଷ୍ଟାଣ୍ଡରୁ ବନ୍ଦ ରହିଛି ବସ୍‌ ଚଳାଚଳ

ବାରିପଦା,୨୨।୬: ବାରିପଦା ବସଷ୍ଟାଣ୍ଡରେ ୨ ଗୋଷ୍ଠୀ ମାରପିଟ ଘଟଣାରେ ଆଜି ବସଷ୍ଟାଣ୍ଡରୁ ବସ୍‌ ଚଳାଚଳ ବନ୍ଦ ରହିଛି। ତେବେ ମାରପିଟ ଘଟଣାରେ ୧୦ ଜଣଙ୍କୁ ଅଟକ ରଖିବା ସହ ବାରିପଦା ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

ଘରୋଇ ବସ ଚଳାଚଳକୁ ନେଇ ଶୁକ୍ରବାର ରାତିରେ ବାରିପଦା ବସଷ୍ଟାଣ୍ଡରେ ଉତ୍ତେଜନା ଦେଖାଯାଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ପରେ ମାରଣାସ୍ତ୍ରରେ ଗୋଟିଏ ଗୋଷ୍ଠୀର ଅତର୍କିତ ଆକ୍ରମଣ ଯୋଗୁ ୫ ଗୁରୁତର ହୋଇଛନ୍ତି। ଏହି ଘଟଣାକୁ ନେଇ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।