ବେଙ୍ଗାଲୁରୁ,୫ା୧୦: ବେଙ୍ଗାଲୁରୁର କନିଙ୍ଗହାମ୍ ରୋଡ୍ରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ବସ୍ଷ୍ଟପ୍ ଉଭାନ ହୋଇଯାଇଛି। ବସ୍ଷ୍ଟାଣ୍ଡ ଚୋରି ହୋଇଥିବା ନେଇ ପୋଲିସ ଆଇପିସିର ଧାରା ୩୭୯ରେ ମାମଲା ଦାଏର ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ବେଙ୍ଗାଲୁରୁ ମେଟ୍ରୋପଲିଟାନ୍ ଟ୍ରାନ୍ସପୋର୍ଟ କର୍ପୋରେଶନ (ବିଏମ୍ଟିସି) ଉକ୍ତ ବସ୍ଷ୍ଟପ୍ର ପରିଚାଳନା କରୁଥିଲା। ବସ୍ଷ୍ଟାଣ୍ଡ ନିର୍ମାଣର ସପ୍ତାହେ ପରେ ଉଭାନ ହୋଇଯାଇଥିଲା। ନିର୍ମାଣକାରୀ ସଂସ୍ଥାର ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।