ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ବସ୍‌ ଧର୍ମଘଟ

ଭୁବନେଶ୍ୱର,୨୭ା୯: ଆସନ୍ତା ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ବସ୍‌ ଧର୍ମଘଟ କରାଯିବ ବୋଲି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ବୁଧବାର ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଏହି ଧର୍ମଘଟକୁ ଓହ୍ଲାଇବ ବସ୍‌ ମାଲିକ ସଂଘ। ଅନ୍ୟପକ୍ଷରେ ଅକ୍ଟୋବର ୨ରେ ଅବିଭକ୍ତ କୋରାପୁଟରେ ବସ୍‌ ଧର୍ମଘଟ କରାଯିବ ବୋଲି ସଂଘ ପକ୍ଷରୁ ମଧ୍ୟ କୁହାଯାଇଛି। କାରଣ ଉକ୍ତଦିନ ମାଲିକାନଗିରିରେ ‘ଲକ୍ଷ୍ମୀ’ ଯୋଜନା ଆରମ୍ଭ ହେଉଥିବାରୁ ବସ୍‌ ଚଳାଚଳ ବନ୍ଦ ରହିବ।

Share