ପୁଣି ଧର୍ମଘଟ ଡାକରା ଦେଲା ଘରୋଇ ବସ୍‌ ମାଲିକ ସଂଘ, ଆସନ୍ତା ୨୦ରୁ ଗଡିବନି ବସ୍

ଭୁବନେଶ୍ୱର, ୧୮।୧୦: ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଧର୍ମଘଟ ଡାକରା ଦେଲେ ବସ୍‌ ମାଲିକ ସଂଘ। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ସଂଘ ପକ୍ଷରୁ ବସ୍‌ ଧର୍ମଘଟ ଡାକରା ଦିଆଯାଇଛି। ଏନେଇ ବସ୍ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ସଂଘ ଧର୍ମଘଟ ଡାକରା ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ଆଲୋଚନା ପରେ ସ୍ଥଗିତ ରଖିଥିଲା। ତେବେ ବର୍ତ୍ତମାନ ପୁଣି ଘରୋଇ ବସ୍ ମାଲିକ ସଂଘ ନିଷ୍ପତି ବଦଳାଇ ଧର୍ମଘଟ ଡାକରା ଦେଇଛି।

Share