ବସ୍‌ ଟର୍ମିନାଲ ଜମି ଜବରଦଖଲ

ବୈଶିଙ୍ଗା,୨୩ା୫(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ବଜାର ଅଞ୍ଚଳରେ  ବସ୍‌ ଟର୍ମିନାଲ ପାଇଁ ଜମି ଚିହ୍ନଟ ହୋଇଛି। ମାତ୍ର ଅଧିଗ୍ରହଣ ନ ହେବାରୁ ଜବରଦଖଲକାରୀମାନେ ଉକ୍ତ ସ୍ଥାନରେ ପକ୍କା ଘରମାନ ନିର୍ମାଣ ଆରମ୍ଭ କରିସାରିଲେଣି। ଜବରଦଖଲକାରୀମାନେ ଏହି ଜମିକୁ ବାହାର ଜିଲାର ସଂଖ୍ୟାଲଘୁ ବ୍ୟକ୍ତି ବିଶେଷଙ୍କୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା  ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ୨୦ ବର୍ଷ ପୂର୍ବେ ତତ୍କାଳୀନ ବୈଶିଙ୍ଗା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରମିଳା ଗିରିଙ୍କ ପ୍ରଚେଷ୍ଟାରେ ବୈଶିଙ୍ଗା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସଂଲଗ୍ନ ଗ୍ରାମ୍ୟ  ଜଙ୍ଗଲ କିସମ ଜମି ମଧ୍ୟରୁ ୨ ଏକର ପଞ୍ଚତିରିଶ ଡେସିମିଲି ଜମି ବୈଶିଙ୍ଗା ବସଷ୍ଟାଣ୍ଡ ପାଇଁ ସଂରକ୍ଷିତ କରାଯାଇଥିଲା। ତତ୍କାଳୀନ ବିଧାନସଭା ଗୃହ କମିଟିର ଚେୟାରମ୍ୟାନ ତଥା ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ କମିଟିର ସଦସ୍ୟମାନେ ବୈଶିଙ୍ଗାଠାରେ ଏକ ବସ ଟର୍ମିନାଲର ଆବଶ୍ୟକତାକୁ ଉପଲବ୍ଧି କରି ବେତନଟୀ ତହସିଲଦାରଙ୍କୁ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ସରକାରୀ କାଗଜପତ୍ରରେ ବସ୍‌ଷ୍ଟାଣ୍ଡ ପାଇଁ ଏହି ଜମି ସଂରକ୍ଷିତ ହୋଇଥିଲା। ୨୦୦୯ ନିର୍ବାଚନ ପୂର୍ବରୁ ନିର୍ବାଚନମଣ୍ଡଳୀ ପୁନର୍ଗଠନ ଫଳରେ ବୈଶିଙ୍ଗା ନିର୍ବାଚନ ମଣ୍ଡଳୀର ନାମ ପରିବର୍ତ୍ତନ କରାଯାଇ ବଡସାହି ଆସନ ନାମକରଣ ହେଲା। ତେବେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ପ୍ରଶାସନର ଅପାରଗତା ଯୋଗୁ ଅଦ୍ୟାବଧି ଟର୍ମିନାଲ ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନଙ୍କୁ ହଇରାଣ ହରକତ ହେବାକୁ ପଡୁଛି।
ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପୂର୍ବ ତହସିଲଦାର ଜବରଦଖଲକାରୀଙ୍କୁ ହଟାଇବାରେ ପଦକ୍ଷେପ ନେଇ ନ ଥିଲେ। ବର୍ତ୍ତମାନର ତହସିଲଦାରଙ୍କୁ ଏ ବିଷୟରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ନାନାଦି ଆଳ ଦେଖାଇ ସେ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ରାଜସ୍ବ ବିଭାଗରେ କାର୍ଯ୍ୟରତ ତହସିଲଦାର, ସୁପରଭାଇଜର ଓ ସ୍ଥାନୀୟ ଆର୍‌ଆଇ ଏଥିପ୍ରତି ଆଖି ବନ୍ଦ କରି ବସି ରହିଥିବା ନେଇ ପ୍ରଶବାଚୀ ସୃଷ୍ଟି ହୋଇଛି। ଜବର ଦଖଲକାରୀମାନେ ସରକାରୀ ଜମିରେ ଘରଦ୍ୱାର କରି ରହିଯିବା ଦ୍ୱାରା ଭବିଷ୍ୟତରେ ବସଷ୍ଟାଣ୍ତ ନିର୍ମାଣରେ ବାଧା ସୃଷ୍ଟି ହୋଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଶଙ୍କା ଦେଖା ଦେଇଛି। ତୁରନ୍ତ ଏହି ଜବରଦଖଲକାରୀଙ୍କୁ ସରକାରୀ ଜମିରୁ ଉଚ୍ଛେଦ କରି ବସ୍‌ଷ୍ଟାଣ୍ଡ ନିିର୍ମାଣ ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାର ସୁରଥ ଚନ୍ଦ୍ର ରାଉତଙ୍କୁ ପଚାରିବାରୁ  ପୂର୍ବ ତହସିଲଦାର ଏନେଇ ପଦକ୍ଷେପ ଗ୍ରହଣ କରି ନାହାନ୍ତି। ନିର୍ବାଚନ ପରେ ଏ ବିଷୟରେ ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ପୁଣି ମିଳିଲା ହାତୀର ମୃତ ଦେହ : ଶିମିଳିପାଳରେ…

ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ଅଘଟଣ: ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର

ବାରିପଦା,୧୭।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ସଦର ଥାନା ଅଧୀନ କାଠପାଳ ବନ୍ଧରେ ବୁଡି ୨ଜଣ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର...

ସବୁ ସାରିଦେଲା ଲଘୁଚାପ ବର୍ଷା, ଜଣଙ୍କ କାନ୍ଥ ଭାଙ୍ଗି ଆଉ ଜଣଙ୍କ ଘରେ…

ମୋରଡ଼ା,୧୫ା୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ଦୁଇଦିନ ହେବ ବର୍ଷା ଲାଗି ରହିଛି। ସେହିପରି ମୋରଡ଼ା ବ୍ଲକରେ ମଧ୍ୟ ବର୍ଷା ଜାରି...

ଗଛରେ ପିଟି ହୋଇଗଲା ବୋଲେରୋ, ଭିତରେ ଥିଲେ ୧୩ଜଣ..

ବାରିପଦା,୧୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶନିବାର ବିଳମ୍ବିତ ରାତିରେ ବାରିପଦା ସହର ଉପକଣ୍ଠ ପୃଥକ ଦୁର୍ଘଟଣାରେ ୪ ଯୁବକଙ୍କ ମୃତ୍ୟୁ ଘଟିଛି । ପାଲବଣି ସ୍ଥିତ ୧୮ନଂ...

ଜେଲ୍‌ ଭିତରକୁ ନେଇଥିଲେ ମୋବାଇଲ, ପରେ…

ବାରିପଦା,୧୪।୯: କାର୍ଯ୍ୟରେ ଥାଇ ମୋବାଇଲ ବ୍ୟବହାର ପଡ଼ିଲା ମହଙ୍ଗା।ଜେଲ ଭିତରେ ମୋବାଇଲ ବ୍ୟବହାର କରି ନିଲମ୍ବିତ ହେଲେ ୱାର୍ଡର। ଏଭଳି ଘଟଣା ଘଟିଛି କରଞ୍ଜିଆ ଉପକାରାଗାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri