Categories: ଜାତୀୟ

ୟୁପିରେ ୬୦ ବର୍ଷୀୟାଙ୍କ ବସ୍‌ ଯାତ୍ରା ମାଗଣା

ଲକ୍ଷ୍ନୌ, ୧୧ା୮: ଉତ୍ତରପ୍ରଦେଶରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାମାନଙ୍କୁ ସରକାରୀ ବସ୍‌ରେ ମାଗଣା ଯାତ୍ରା ସୁବିଧା ମିଳିବ। ଏ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଟୁଇଟ୍‌ ଯୋଗେ ଘୋଷଣା କରିଛନ୍ତି। ଏଥିସହ ରାଖୀପୂର୍ଣ୍ଣିମା ଅବସରରେ ମହିଳାମାନେ ୪୮ ଘଣ୍ଟା ଅର୍ଥାତ୍‌ ଅଗଷ୍ଟ ୧୦ ରାତି ୧୨ଟାରୁ ୧୨ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ମାଗଣାରେ ବସ୍‌ରେ ଯାତାୟାତ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share