ବରଗଡ଼ ଅଫିସ,୧୯ା୬: ବରଗଡ଼ ଜିଲା ବରପାଲି ମେହେରପଡ଼ା ନିକଟରେ ରବିବାର ଭୋର୍ ସମୟରେ ସରକାରୀ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ। ୩ ଡ୍ରାଇଭର ଗୁରୁତର ଥିବା ବେଳେ ୧୮ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ବରପାଲି ଡାକ୍ତରଖାନାକୁ ପହଞ୍ଚାଇଲେ ସ୍ଥାନୀୟ ଲୋକେ।
ସୂଚନାନୁଯାୟୀ ମାଲକାନଗିରିରୁ ଝାରସୁଗୁଡ଼ା ଯାଉଥିବା ସରକାରୀ ବସ୍ ଓଡି ୧୭ ଏଲ୍ ୩୦୮୨ ଓ ବରଗଡ଼ରୁ ବଲାଙ୍ଗୀର ଯାଉଥିବା ମାଲ୍ ବୋଝେଇ ଟ୍ରକ୍ ଓଆର୍ ୧୭ ଇ୨୧୩୩ ମୁହାଁମୁହିଁ ଧକ୍କା ଦେବାରୁ ବସ୍ରେ ଥିବା ୨ ଡ୍ରାଇଭର ଓ ୧୮ରୁ ଊଦ୍ଧର୍ବ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ବରପାଲି ଡାକ୍ତରଖାନାକୁ ନେଇ ଚିକିତ୍ସିତ କରାଇଥିଲେ। ଅନ୍ୟପକ୍ଷରେ ଟ୍ରକ୍ ଡ୍ରାଇଭରଙ୍କୁ ମଧ୍ୟ ଉଦ୍ଧାର କରି ଚିକିତ୍ସିତ କରାଯାଇଛି। ବରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।