Categories: ଫୁରସତ

ଆଗରୁ ଟ୍ରାକ୍ଟର, ହେଲେ ପଛରୁ ଦେଖିଲେ ବସ୍‌; ଦେଶୀ ଯୋଗାଡର ଏହି ଭିଡିଓ ଦେଖିଲେ ମୁଣ୍ଡରେ ଦେବେ ହାତ…

ପଛରୁ ଦେଖିଲେ ଲାଗିବ ବସ୍‌। ହେଲେ ଆଗକୁ ଯାଇ ଦେଖିଲେ ଏହା ଟ୍ରାକ୍ଟର ମନେହେବ। ଦେଶୀ ଯୋଗାଡର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଭାରତରେ କିଛି ବି ଅସମ୍ଭବ ବୋଲି ଆପଣାଛାଏଁ ପାଟିରୁ ବାହାରି ଆସିବ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଉକ୍ତ ଭିଡିଓରେ ଆପଣଙ୍କୁ ଏକ ବସ୍‌ର ପଛପଟ ନଜର ଆସିବ। ଯାତ୍ରୀମାନେ ମଧ୍ୟ ସେଥିରେ ବେଶ ଆରାମରେ ବସିଥିବେ। ହେଲେ ଯେମିତି କେହି ଏହାର ସମ୍ମୁଖ ଭାଗକୁ ଦେଖିବେ ଚକିତ ହେବା ନିଶ୍ଚିତ। କାରଣ ସେଥିରେ ନା ଡ୍ରାଇଭର ଅଛନ୍ତି ନା ଇଞ୍ଜିନ। କାରଣ ଏହି ବସ୍‌କୁ ଏକ ଟ୍ରାକ୍ଟର ଦ୍ୱାରା ଟଣାଯାଉଛି। ଲୋକେ ଏହି ଯୋଗାଡ଼କୁ ଦେଖି ବାହାବାଃ କରୁଛନ୍ତି।
ଇନଷ୍ଟାଗ୍ରାମରେ ଭିଡିଓକୁ ଶେୟାର କରାଯିବା ପରେ ଅନେକ ବ୍ୟବହାରକାରୀ ଏଥିରେ ପ୍ରତିକ୍ରିୟା ଦେଉଛନ୍ତି। ଯୋଗାଡ଼ର ଏହା ସବୁଠୁ ଚମତ୍କାର ଭିଡିଓ ବୋଲି ଜଣେ କହିଛନ୍ତି। ଏଯାବତ ଏହାକୁ ୬୨ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି।
ଦେଖନ୍ତୁ ଭିଡିଓ:
Share