
ବରଗଡ଼,୧୦ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ରୁ ଅଯୋଧ୍ୟାକୁ ଏଣିକି ସରକାରୀ ଯାତ୍ରୀବାହୀ ବସ୍ ସେବା ମିଳିବ। ସୋମବାର ଏହାର ଶୁଭାରମ୍ଭ ହେବ। ସୋମବାର ସକାଳ ୭ଟା ୩୦ମିନିଟ୍ରେ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଛି। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଏହାର ଶୁଭାରମ୍ଭ କରିବେ। ବରଗଡ଼ରୁ ବସ୍ଟି ସକାଳ ୮ଟାରୁ ଛାଡ଼ିବ।
ବରଗଡ଼ରୁ ଏହି ବସ୍ ବାହାରି ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉରକେଲା, ବୀରମିତ୍ରପୁର, ବାରାଣସୀ, ପ୍ରୟାଗରାଜ ଦେଇ ଅଯୋଧ୍ୟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିବ। ସେଠାରୁ ପୁଣି ଏହି ରୁଟ୍ ଗୁଡ଼ିକ ଦେଇ ବରଗଡ଼କୁ ବସ୍ ଆସିବ ବୋଲି ସୂଚନା ମିଳିଛି।