ଏସବୁ ଜିଲାରେ ବସ୍‌ ଚଳାଚଳକୁ ଅନୁମତି

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଟିକେ ହ୍ରାସ ପାଉଥିବାରୁ ଅନଲକ୍‌ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ରଣନୀତି ଆପଣାଇଥିଲେ। ରାଜ୍ୟର ସମସ୍ତ ଜିଲାକୁ ୨ ଭାଗରେ ବିଭକ୍ତ କରାଯାଇଥିଲା। ପୂର୍ବପରି ଏଥର ମଧ୍ୟ ସମସ୍ତ ଜିଲାକୁ କାଟାଗୋରୀ‘ଏ’ ଓ କାଟାଗୋରୀ ‘ବି’ରେ ବିଭକ୍ତ କରାଯାଇଛି। କୋଟାଗୋରୀ ‘ଏ’ରେ ୨୦ଟି ଜିଲା ରହିଥିବା ବେଳେ କୋଟାଗୋରୀ ‘ବି’ରେ ୧୦ଟି ଜିଲା ରହିଛି ବୋଲି ପ୍ରେସ୍‌ମିଟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। କୋଟାଗୋରୀ ‘ଏ’-ରେ ୨୦ଟି ଜିଲାରେ ସପ୍ତାହାନ୍ତ ଶଟ୍‌ଡାଉନ ରହିବ ନାହିଁ। ୧୬ ଜୁଲାଇ ଯାଏ ଆଶିଂକ ଲକ୍‌ଡାଉନ ରହିବ ।

ତେବେ କାଟାଗୋରୀ ‘ଏ’ରେ ଥିବା ଜିଲାଗୁଡ଼ିକରେ ବସ୍‌ ଚଳାଚଳକୁ ଅନୁମତି ମିଳିଛି। ଏହି ଜିଲାଗୁଡ଼ିକ ହେଲା ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡ଼ା।

Share